November 22, 2024

୧୮ ତାରିଖ ଖୋଲିବ ରତ୍ନଭଣ୍ଡାର

1 min read

ପୁରୀ : ଜୁଲାଇ ୧୮ ଗୁରୁବାରରେ ପୁଣିଥରେ ଖୋଲିବ ରତ୍ନଭଣ୍ଡାର । ସକାଳ ୯ ଟା ୫୧ ରୁ ଦିନ ୧୨ ଟା ୧୫ ଭିତରେ ରହିଛି ଶୁଭ ମୁହୂର୍ତ୍ତ । ଏହି ଶୁଭ ମୁହୂର୍ତ୍ତରେ ଭିତର ଭଣ୍ଡାର ତାଲା ଖୋଲାଯାଇ ରତ୍ନ ଓ ଅଳଙ୍କାର ସ୍ଥାନାନ୍ତର ହେବ । ସମସ୍ତ ଅଳଙ୍କାର ସ୍ଥାନାନ୍ତରଣର ଭିଡିଓଗ୍ରାଫି କରାଯିବ । ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଜଷ୍ଟିସ୍ ବିଶ୍ବନାଥ ରଥ ଏନେଇ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି, ବାହାର ରତ୍ନଭଣ୍ଡାରର ୩ଟି ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା। ବାହାର ରତ୍ନଭଣ୍ଡାର ତାଲା ଫିଟିବା ପରେ ଭିତର ରତ୍ନଭଣ୍ଡାର ଦେଖିଥିଲୁ। ସବୁଜିନିଷ ପ୍ରସ୍ତୁତ କରି ରଖିଛୁ । ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ । ଗତଥର ଭିତର ରତ୍ନଭଣ୍ଡାର ଖୋଲିବା ସମୟରେ ପୁରୁଣା ତାଲା ଭଙ୍ଗାଯାଇଛି । ଭିତର ରତ୍ନଭଣ୍ଡାରରେ ଏବେ ନୂଆ ଦୁଇଟି ତାଲା ପଡିଛି । ଦୁଇଟି ନୂଆ ତାଲାର ଚାବି ଟ୍ରେଜେରୀରେ ରହିଛି । ଟ୍ରେଜେରୀରୁ ଚାବି ନେଇ ପୁଣିଥରେ ରତ୍ନଭଣ୍ଡାର ତାଲା ଖୋଲାଯିବ ।

ଜୁଲାଇ ୧୪ ତାରିଖ ଦିନ ଶୁଭମୁହୁର୍ତ୍ତରେ ପ୍ରଥମେ ବାହାର ଭଣ୍ଡାର ଖୋଲାଯାଇଥିଲା । ସମସ୍ତ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କୁ ନିଆଯାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ପରେ ଖୋଲାଯାଇଥିଲା ଭିତର ରତ୍ନ ଭଣ୍ଡାର । ତେବେ ନକଲି ଚାବିରେ ନ ଖୋଲିବା କାରଣରୁ ଏସଓପି ଅନୁସାରେ ୩ ଟି ତାଲାକୁ ଭଙ୍ଗାଯାଇଥିଲା । ଭିତର ରତ୍ନ ଭଣ୍ଡାର ଦ୍ବାର ଖୋଲିବା ପରେ ସମସ୍ତେ ପ୍ରବେଶ କରିଥିଲେ । ଭିତର ରତ୍ନ ଭଣ୍ଡାରକୁ ଯିବା ପରେ କମିଟି ଦେଖିଥିଲା ସେଠାରେ ସିନ୍ଧୁକ ଓ ଆଲମିରାରେ ଅଳଙ୍କାର ରହିଛି ।

ଅନ୍ୟପଟେ ରତ୍ନଗଣତି ନେଇ ଆଇନମନ୍ତ୍ରୀଙ୍କ ବଡ଼ ବୟାନ । ତିନିଟି ପର୍ଯ୍ୟାୟରେ ହେଉଛି ରତ୍ନଭଣ୍ଡାରର ଗଣତି । ପ୍ରଥମ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଛି । ଖୁବଶୀଘ୍ର ଖୋଲିବ ଭିତର ରତ୍ନଭଣ୍ଡାର । ଭିତର ରତ୍ନଭଣ୍ଡାର ଖୋଲାଯାଇ ସ୍ଥାନାନ୍ତର ହେବ ଅଳଙ୍କାର । ଭିତର ରତ୍ନଭଣ୍ଡାରର ମରାମତି କରିବ ASI । ମରାମତି ପରେ ରତ୍ନଭଣ୍ଡାରର ଅଳଙ୍କାର ଭିତର ରତ୍ନଭଣ୍ଡାରରେ ରଖାଯିବ । ଭିତର ରତ୍ନଭଣ୍ଡାର ପରିସରରେ ଗଣତି କରାଯିବ । ଗଣତି ବେଳେ ରିଜର୍ଭ ବ୍ୟାଙ୍କର କର୍ମଚାରୀ ସାମିଲ ହେବ । ପୁରା ଗଣତିର ଭିଡିଓ ରେକର୍ଡିଂ କରାଯିବ ।

Leave a Reply

Your email address will not be published. Required fields are marked *