December 22, 2024

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀମନ୍ଦିରକୁ ମହାପ୍ରଭୁ

1 min read

ପୁରୀ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀମନ୍ଦିରକୁ ମହାପ୍ରଭୁ ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ। ଏନେଇ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି। ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ବାହୁଡ଼ା ଯାତ୍ରା ପାଇଁ ରବିବାର ରାତି ସାଢ଼େ ୯ଟାରେ ପହୁଡ଼ ଆଳତି ପରେ ବାହୁଡ଼ା ପହଣ୍ଡି ପାଇଁ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀମୁଖ ଖଣ୍ଡୁଆ ନୀତି ସଂପନ୍ନ ହୋଇଥିଲା।ପରେ ବିଳମ୍ବିତ ରାତିରେ ବାହୁଟ କଣ୍ଟ, ଚାରମାଳ ବନ୍ଧା, ସେନାପଟା ଲାଗି ନୀତି ହୋଇଥିଲା। ବୁଧବାର ସକାଳ ୧୧ ସମୟରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି। ଶରଧାବାଲିରେ ଘଣ୍ଟଘଣ୍ଟା ଓ କାହାଳୀ ନାଦ ସହ ଶ୍ରୀଜୀଉଙ୍କୁ ରଥାରୂଢ଼ କରାଉଛନ୍ତି ସେବାୟତ। ବାହୁଡ଼ା ଯାତ୍ରା ପାଇଁ ସବୁ ନୀତି ଶୀଘ୍ର ଚାଲିଛି। ଅପରାହ୍ଣ ୨ଟା ୩୦ ସୁଦ୍ଧା ପହଣ୍ଡି ସରିବା ପରେ ୪ଟା ବେଳେ ରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ବାହୁଡ଼ା ଯାତ୍ରା ପାଇଁ ସୋମବାର ଭୋର ୪ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମଙ୍ଗଳ ଆଳତି ଏହାପରେ ଗୋପାଳବଲ୍ଲଭ ପୂଜା ଓ ସକାଳଧୂପ ସହ ଖେଚୁଡ଼ି ଭୋଗ ନୀତି ସମ୍ପନ୍ନ ହୋଇଥିଲା। ସବୁ ନୀତିକାନ୍ତି ସରିବା ପରେ ନିର୍ଦ୍ଧାରିତ ସମୟର ବହୁତ ଆଗରୁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ସେବାୟତମାନେ ପହଣ୍ଡିରେ ଆଣି ଦେବଦଳନ ରଥରେ ବିଜେ କରାଇଛନ୍ତି। ଏହାପରେ ପ୍ରଭୁ ବଳଭଦ୍ର ପହଣ୍ଡିରେ ଆସି ତାଳଧ୍ଵଜ ରଥରେ ବିଜେ କରିବେ। ପ୍ରଭୁ ବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ଆସି ରଥାରୂଢ଼ ହେବ। ଶ୍ରୀଜୀଉଙ୍କ ପହଣ୍ଡି ଶେଷ ହେବାପରେ ଗଜପତି ମହାରାଜା ଛେରା ପହଁରା କରିବେ। ଏହାପରେ ଘୋଡ଼ା ଜୋଖା ହୋଇ ଆରମ୍ଭ ହେବ ରଥଟଣା। ବାଟରେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ ଶ୍ରୀମନ୍ଦିରକୁ ବହୁଡ଼ିବେ ମହାପ୍ରଭୁ। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ତଦାରଖ କରିବାପାଇଁ ଅନେକ ମାତ୍ରାଡ଼ଏ ଫୋର୍ସ ମୁତୟନ ହୋଇଛନ୍ତି। ଶୃଙ୍ଖଳିତ ରଥଟଣା ପାଇଁ ବଡ଼ଦାଣ୍ଡରେ ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ କରାଯାଇଛି। ଏହାଛଡ଼ା ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ମଧ୍ୟ ହୋଇଛି।

Leave a Reply

Your email address will not be published. Required fields are marked *