ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ
1 min readଭୁବନେଶ୍ୱର : ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ଶୁକ୍ରବାର ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିବେ । ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବାରୁ ସେ ଏଥର ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । କିଛି ଦିନ ତଳେ ଭାଜପା ବଜେଟ୍ ପାଇଁ ଜନସାଧାରଣଙ୍କ ମତ ଲୋଡିଥିଲା।ବିଜେପି ସରକାର ନିଜକୁ ଲୋକଙ୍କ ସରକାର ବୋଲି କହୁଛନ୍ତି । ଏ ନେଇ ବଜେଟ୍ରେ ସାଧାରଣ ଲୋକଙ୍କ କଲ୍ୟାଣ ନେଇ କିଛି ଘୋଷଣା କରାଯାଇପାରେ। ଏହା ବାଦ ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ନିର୍ବାଚନରେ ବିଜୟୀ ହୋଇଛି ତାହାର ପ୍ରତିଫଳନ ମଧ୍ୟ ବଜେଟେ୍ରେ ଦେଖିବାକୁ ମିଳିପାରେ ।