October 22, 2024

ବନ୍ଦ ହୋଇଯିବ କାର୍ଟୁନ ନେଟଓ୍ବର୍କ

1 min read

ନୂଆଦିଲ୍ଲୀ : କାର୍ଟୁନ ନେଟଓ୍ବର୍କ ଛୋଟବେଳର ସେଇ ଆବେଗ କିଏ ବା ଭୁଲି ପାରିବ। ଏବେ ବି ବିଂଶ ଶତାଦ୍ଦୀ କିମ୍ବା ତା’ ଠାରୁ ପଛର ପିଲାଙ୍କୁ କାର୍ଟୁନ ନେଟଓ୍ବର୍କରେ ଦେଉଥିବା ପୋଗ୍ରାମ ଯମ୍‌ ଆଣ୍ଡ ଜେରୀ ବିଷୟରେ କହିଲେ ଖୁସି ହୋଇ ଉଠିବେ। ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଏକ ହ୍ୟାସଟ୍ୟାଗ ଖୁବ୍‌ ଟ୍ରେଣ୍ଡ କରିବାରେ ଲାଗିଛି। ଯେଉଁଥିରେ ହ୍ୟାସଟ୍ୟାଗ ରହିଛିି

ଏହି ହ୍ୟାସଟ୍ୟାଗ ପରେ ଭାଇରାଲ ପୋଷ୍ଟରେ ଦାଥବି କରାଯାଇଛି ଯେ ପିଲାମାନଙ୍କର ପ୍ରିୟ କାର୍ଟୁନ ନେଟୱାର୍କ ଚ୍ୟାନେଲ ବନ୍ଦ ହୋଇଯିବ। ତେବେ ଏକଥାର କେତେ ସତ୍ୟାସତ୍ୟ ଅଛି ଆସନ୍ତୁ ଜାଣିବା। କହି ରଖୁଛୁ ଯେ, କାର୍ଟୁନ ନେଟଓ୍ବର୍କ ବନ୍ଦ ହେବ ନାହିଁ । ଚ୍ୟାନେଲ ଏହାର ବନ୍ଦ ବିଷୟରେ କୌଣସି ଅଫିସିଆଲ ଘୋଷଣା କରିନାହିଁ। ସୋସିଆଲ ମିଡିଆରେ ଏହି ହ୍ୟାସଟ୍ୟାଗ ଭାଇରାଲ ହେଉଛି।

କିନ୍ତୁ ଚ୍ୟାନେଲ ବନ୍ଦ ହେବାର ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଏହି ପ୍ରକାର ଧାରା ପୂର୍ବରୁ ଅନେକ ଥର ଦେଖା ଯାଇଛି। ସେହି ସମୟରେ ୨୦୨୨ ମସିହାରେ ସମାନ ଘଟଣା ଘଟିଥିଲା ଏବଂ ପରେ କାର୍ଟୁନ ଚ୍ୟାନେଲ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲା। ସୂଚନାଥାଉ କି, କାର୍ଟୁନ ନେଟୱର୍କ ହେଉଛି ହଲିଉଡ ଷ୍ଟୁଡିଓ ୱାଣ୍ଣର୍ର୍‌ ବ୍ରଦର୍ସର ଏକ କମ୍ପାନୀ ।

Leave a Reply

Your email address will not be published. Required fields are marked *