October 27, 2024

ଆଜି ଗଜପତି ମହାରାଜଙ୍କ ପାଖକୁ ଯିବ ମହାପ୍ରଭୁଙ୍କ ସୁସ୍ଥତା ବାର୍ତ୍ତା

1 min read

ପୁରୀ : ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଆଜି ଅନବସରର ଦ୍ୱାଦଶୀ । ପୁରୀରେ ଆଜି ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦିଆଯିବ। ଦଇତାପତି ସେବକମାନେ ଏକ ରୂପା ଥାଳିରେ କରାଳ ଚନ୍ଦନ, ଚନ୍ଦନ ଓ ପାଟ ଡୋର ଧରି ରାଜପ୍ରସାଦକୁ ଯିବେ। ସେଠାରେ ଗଜପତି ମହାରାଜା ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଜଣାଇବେ। ସେପଟେ ଆସନ୍ତା ୭ ତାରିଖରେ ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବ। ଏଥିଲାଗି ରଥ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୩ ରଥର ପ୍ରଭା ନିର୍ମାଣ କାମ ଶେଷ ହେବା ସହ ତିନି ରଥର ଦୁଆର ବେଢା ଗୁଡିକର ନିର୍ମାଣ କାମ ଶେଷ ହୋଇଛି। ଆଜି ମହାରଣା ସେବକମାନେ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ପ୍ରତି କୋଣଗୁଡିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇବେ। ପରେ ତିନି ରଥରେ ‘ହାତିଆଳ ମାଳ’ ବା କାଠ ବଟନ୍ ଆଠଟି ଲେଖାଏଁ ବଡଧରା ପୋଟଳଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଫିଟିଂ କରାଯିବ। ଏଥିସହ ତିନି ରଥର ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ଶେଷ ହେବ।

Leave a Reply

Your email address will not be published. Required fields are marked *