October 27, 2024

ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ହାଇକୋର୍ଟ

1 min read

ପୁରୀ : ଚଳିତ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ହାଇକୋର୍ଟ। ବଡ଼ ଦାଣ୍ଡରେ ବ୍ୟବସାୟ ଉଦ୍ଦେଶ୍ୟରେ କୌଣସି ଷ୍ଟଲ ଲାଗିବ ନାହିଁ । ଯାହ ବି କିଛି ଷ୍ଟଲ ଲାଗିବ ତାହା କେବଳ ଜନସେବା ପାଇଁ କରାଯିବ। ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସତ୍ୟପାଠ କଡ଼ାକଡ଼ି ପାଳନ କରିବାକୁ ମ୍ୟୁନିସିପାଲଟିକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏନେଇ ପୁରୀ ମ୍ୟୁନିସିପାଲଟି ସତ୍ୟପାଠ ଦାଖଲ କରିଥିଲା

ଅନ୍ୟପକ୍ଷେ ଏଥର ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା ହୋଇଛି। ମଙ୍ଗଳବାର ପୁରୀରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘୋଷଣା କରିଛନ୍ତି। ଏଥର ରଥଯାତ୍ରା ୨ ଦିନ ଥିବାରୁ ଏହାକୁ ଦୃଷ୍ଠିରେ ରଖି ୭ ଏବଂ ୮ ତାରିଖ ଛୁଟି ଘୋଷଣା କରାଯାଇଛି। ଏହା ସହ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା କିଭଳି ସଂପନ୍ନ ହେବ ସେ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *