ରବିବାର ବିଜେପିର ସମ୍ଵର୍ଧ୍ଵନା ଉତ୍ସବ ପାଳିତ
1 min read![](https://www.dinalipi.in/wp-content/uploads/2024/06/cm.webp)
ଭୁବନେଶ୍ବର: ରବିବାର ବିଜେପିର ସମ୍ଵର୍ଧ୍ଵନା ଉତ୍ସବ ଅନୁଷ୍ଠିତ ହୋଯାଇଛି I ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ଵର୍ଧ୍ଵନା ଦିଆଯାଇଛି । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ବି ଉପସ୍ଥିତ ଥିଲେ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହୋଇଥିବା ଏହି ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃତ୍ୱମାନେ ମଧ୍ୟ ଉପସ୍ଥିତ ରହିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଥିଲା ।