October 18, 2024

ନନ୍ଦନକାନରେ ଆଖି ବୁଝିଛି ନାଲି ବାଘୁଣୀ ‘ସାରା’

1 min read

ଭୁବନେଶ୍ୱର : ନନ୍ଦନକାନରେ ଆଖି ବୁଝିଛି ନାଲି ବାଘୁଣୀ ‘ସାରା’| ମୃତ୍ୟୁ ବେଳକୁ ତାକୁ ୧୯ ବର୍ଷ ବୟସ ହୋଇଥିଲା |ଗୁରୁବାର ଭୋର ସମୟରେ ସାରାର ମୃତ୍ୟୁ ଘଟିଛି | ପ୍ରାଣୀ ଉଦ୍ୟାନର ବାଘ ସଫାରୀରେ ୩୩ ନମ୍ବର ଚମ୍ବରରେ ରହୁଥିଲା ସାରା |ବୟସାଧିକ୍ୟ କାରଣରୁ ସାରାର ମୃତ୍ୟୁ ଘଟିଥିବା ନେଇ ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି |କିଛିଦିନ ଧରି ସାରା ଚାଲବୁଲ କରି ପାରୁ ନଥିବାବେଳେ,ଠିକ ସେ ମଧ୍ୟ ଖିଆ ପିଆ କରୁ ନଥିଲା | ଏଥିପାଇଁ ପ୍ରାଣୀ ଉଦ୍ୟାନର ଏକ ଡାକ୍ତରୀ ଟିମ ଦ୍ୱାରା ସେ ଚିକିତ୍ସିତ ହେଉଥିଲା |

ସୂଚନାନୁସାରେ,୨୦୦୯ ମସିହାରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଭୋପାଲ ଚିଡିଆଖାନାରୁ ଆସିଥିଲା ସାରା | ପ୍ରତି ବଦଳରେ ନନ୍ଦନକାନନରୁ ଏକ ଧଳାବାଘ ଭୋପାଲ ଚିଡିଆଖାନା ଯାଇଥିଲା | ସାରାର ମୃତ୍ୟୁ ଯୋଗୁଁ ଏବେ ନନ୍ଦନକାନରେ ବାଘ ସଂଖ୍ୟା ୨୬ କୁ ପହଁଚିଛି |

Leave a Reply

Your email address will not be published. Required fields are marked *