October 18, 2024

ପାକିସ୍ତାନର ପୂର୍ବତନ ଅଧିନାୟକଙ୍କୁ ମୁହଁତୋଡ ଜବାବ ଦେଲେ ରୋହିତ ଶର୍ମା

1 min read

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି। ଭାରତୀୟ ଦଳ ଆଜି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏକାଦଶ ସୁପର-୮ ମ୍ୟାଚରେ ଇଞ୍ଜାମାମ ଉଲ ହକ ଅର୍ଶଦୀପ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେମିଫାଇନାଲ ମ୍ୟାଚ ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ଅର୍ଶଦୀପ ସିଂଙ୍କୁ ସମର୍ଥନ କରି ଇଞ୍ଜାମାମଙ୍କୁ ମୁହଁତୋଢ ଉତ୍ତର ଦେଇଥିଲେ।
ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ଇଞ୍ଜାମାମ ଦାବି କରିଥିଲେ, ମ୍ୟାଚ ସମୟରେ ବଲରେ କିଛି ଟାମ୍ପରିଂ କରାଯାଇଥିଲା। ଫଳରେ ଅଷ୍ଟ୍ରେଲିଆର ଇନିଂସ ସମୟରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ରିଭର୍ସ ସୁଇଂ କରିବାରେ ସଫଳ ହୋଇଥିଲେ। ଯଦି ପାକିସ୍ତାନୀ ବୋଲରମାନେ ଏହା କରିଥାନ୍ତେ, ତେବେ ସବୁ ଜାଗାରେ ଉତ୍ତେଜନା ସୃଷ୍ଟି ହୋଇଥାନ୍ତା।
ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗ୍ରହଣ କରିବାକୁ ରୋହିତ ଶର୍ମା କୌଣସି ପ୍ରକାରେ ପ୍ରସ୍ତୁତ ନ ଥିଲେ। ରୋହିତ ଶର୍ମା କହିଛନ୍ତି, ମୁଁ ଏହାର କ’ଣ ଉତ୍ତର ଦେବି? ଯଦି ଆପଣ ଉଜ୍ଜ୍ୱଳ ସୂର୍ଯ୍ୟକିରଣରେ ଖେଳୁଛନ୍ତି ଏବଂ ଉଇକେଟ ଶୁଖିଲା, ତେବେ ବଲ ରିଭର୍ସ ସୁଇଂ ହେବ। ବଲ କେବଳ ଆମ ପାଇଁ ନୁହେଁ, ସବୁ ଦଳ ପାଇଁ ସ୍ବିଙ୍ଗ ହେଉଛି। ଯେଉଁମାନେ ଏଭଳି ଅଭିଯୋଗ କରୁଛନ୍ତି ସେମାନଙ୍କ ମନ ଖୋଲିବା ଜରୁରୀ। ବୁଝିବାକୁ ପଡ଼ିବ ଯେ, ଆମେ କେଉଁଠୁ ଏବେ ଖେଳୁଛୁ, ଆମେ ଏବେ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରେ ଖେଳୁନାହୁଁ।
ସେଂଗୋଲ ହଟାଇ ସଂସଦରେ ସ୍ଥାପନ ହେଉ ସମ୍ବିଧାନ ପୁସ୍ତକ’, ପୁଣି ସଂସଦରେ ତେଜିଲା ଦାବି
ନୂଆଦିଲ୍ଲୀ,୨୭।୬: ପୁଣି ଲୋକ ସଭାରେ ଉଠିଛି ସେଂଗୋଲ ବିବାଦ। ନୂଆ ସରକାର ଗଠନ ହେବା ପରେ ଲୋକ ସଭାରେ ସ୍ବତନ୍ତ୍ର ଅଧିବେଶନ ଜାରି ରହିଛି। ତେବେ ଆଜି ଅଧିବେଶନ ଆରମ୍ଭ ହେଉ ହେଉ ସେଂଗୋଲକୁ ନେଇ ଝଡ ଆରମ୍ଭ ହୋଇଛି। ବିରୋଧୀ ସଂସଦରେ ସେଂଗୋଲ ହଟାଇ ସମ୍ବିଧାନ ପୁସ୍ତକକୁ ସ୍ଥାନ ଦେବାକୁ ଦାବି କରିଛନ୍ତି। ଯାହାକୁ ନେଇ ନୂଆ ସଂସଦରେ ପୁଣି ସେଂଗୋଲ ବିବାଦ ଘନେଇଛି।

ଆଜି ଅଧିବେଶନରେ ସମାଜବାଦୀ ଲୋକ ସଭା ଏମପି ଆର କେ ଚୌଧୁରୀ ସଂସଦରେ ସେଂଗୋଲ ହଟାଇ ସମ୍ବିଧାନ ପୁସ୍ତକ ସ୍ଥାନ ଦେବାକୁ ଦାବି କରିଛନ୍ତି। ଶପଥ ନେବା ପରେ ସେ ଏ ସମ୍ପର୍କରେ ପ୍ରୋ ଟେମ୍‌ ସ୍ପିକରଙ୍କୁ ଚିଠି ଲେଖି ଜଣାଇଥିଲେ। ସେ କହିଥିଲେ, ସେଂଗୋଲ ରାଜା-ରାଜୁଡାଙ୍କର ପ୍ରତୀକ ଅଟେ। ଏଥିପାଇଁ ଏହାକୁ ହଟାଇବା ଆବଶ୍ୟକ। ଆର କେ ଚୌଧୁରୀଙ୍କ ବୟାନକୁ ନେଇ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଆମ ଦଳର ଏମପି ଏକଥା ଏଥିପାଇଁ କହୁଛନ୍ତି ଯେତେବେଳେ ନୂଆ ସଂସଦରେ ସେଂଗୋଲ ସ୍ଥାପନ ହୋଇଥିଲା ସେତେବେଳେ ପ୍ରଡ଼ାନମନ୍ତ୍ରୀ ଏହା ସାମ୍ନାରେ ନତମସ୍ତକ ହୋଇଥିଲେ। କିନ୍ତୁ ଯେତେବେଳେ ଶଫଥ ନେଲେ ସେତେବେଳେ ନମସ୍କାର କରିବାକୁ ଭୁଲି ଯାଇଥିଲେ। ବୋଧେ ମୋଦି ବି ଏବେ ଅନୁଭବ କରୁଛନ୍ତି କି, ସଂସଦରେ ସମ୍ବିଧାନ ରହିବା ଆବଶ୍ୟକ। ଖାସ୍‌ ଏଥିପାଇଁ ମୋ ଏମପି ତାଙ୍କୁ ମନେ ପକାଇ ଦେଇଛନ୍ତି।

ସେଂଗୋଲର ଇତିହାସ ଶତାଦ୍ଦୀ ଶତାଦ୍ଦୀ ପୁରୁଣା। ଏହା ଚୋଳ ସାମ୍ରାଜ୍ୟରୁ ଆସିଛି। ଚୋଳ ସାମ୍ରାଜ୍ୟରେ ରାଜଦଣ୍ଡ ସେଂଗୋଲର ବ୍ୟବହାର କ୍ଷମତା ହସ୍ତାନ୍ତରଣବେଳେ ବ୍ୟବହାର କରାଯାଏ। ଏହି ରାଜଦଣ୍ଡ ଭାରତର ସ୍ବତନ୍ତ୍ରତା ସହ ଜଡିତ ମହତ୍ତ୍ୱପୂର୍ଣ୍ଣ ଐତିହାସିକ ପ୍ରତୀକ ଅଟେ। ସେତେବେଳେ ବ୍ରିଟିଶଙ୍କ ଠାରୁ ସେଂଗୋଲ ରାଜଦଣ୍ଡ ଦ୍ୱାରା ହିଁ କ୍ଷମତା ହସ୍ତାନ୍ତର ହୋଇଥିଲା।

Leave a Reply

Your email address will not be published. Required fields are marked *