September 19, 2024

ପାହାଡରେ ପିଟି ହେଲା ବସ୍, ୧୫ରୁ ଅଧିକ ଯାତ୍ରୀ ଆହତ

1 min read

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ତାମଡା ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଓଏସଆରଟିସି ବସ୍ ପାହାଡରେ ପିଟି ହୋଇଯିବାରୁ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ୧୫ ଆହତଙ୍କ ମଧ୍ୟରୁ ୫ଜଣ ଗୁରୁଥିବା ଥିବା ସୂଚନା ମିଳିଛି। ସମସ୍ତଙ୍କୁ ରାଉରକେଲା ଆଇଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବସ୍ ଟି ଆଜି ସକାଳୁ ପଙ୍କଡିହିରୁ ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ବଣାଇ ଆସୁଥିଲା। ବ୍ରେକ୍ ଫେଲ୍ ହବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ବଣାଇ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *