October 18, 2024

କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ନିର୍ଦ୍ଦେଶନାମା ଜାରି କରାଯାଇଛି

1 min read

ଭୁବନେଶ୍ବର: ବୁଧବାର ଦିନ ୨ଟାରୁ ସଂଧ୍ୟା ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବବିହାରରୁ ନାଲ୍‌କୋ ଛକ ଓ ସଂଲଗ୍ନ ଗଳିରାସ୍ତାରେ ସାଧାରଣ ଯାନବାହାନ ଚଳାଚଳକୁ ବାରଣ କରାଯାଇଛି। କେବଳ ଶପଥ ଗ୍ରହଣ ଉତ୍ସବକୁ କର୍ମୀ ତଥା ସମର୍ଥକଙ୍କୁ ନେଇ ଆସୁଥିବା ଗାଡ଼ିମାନେ ପୁଲିସ ନିର୍ଦ୍ଦେଶନାମା ରୁଟ୍‌ରେ ଯାତାୟାତ କରିପାରିବେ।

ଏହି ସମୟରେ କଟକ ପଟୁ ଆସୁଥିବା ବସ୍‌ଗୁଡ଼ିକ ରସୁଲଗଡ଼ ରେଲ୍‌ୱେ ଓଭରବ୍ରିଜ୍ ଠାରୁ ସର୍ଭିସ୍ ରୋଡ୍‌ରେ ଆସି ବାଣୀବିହାର ଛକ ଦେଇ ଆଚାର୍ଯ୍ୟବିହାର ଛକରୁ ଡାହାଣକୁ ଯିବେ ଏବଂ ଆପୋଲୋ ହସ୍ପିଟାଲ୍, ସୈନିକ ସ୍କୁଲ୍ ରାସ୍ତା ଦେଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକମାନଙ୍କୁ ଓହ୍ଲାଇବେ। ଏହାପରେ ଗାଡ଼ିଗୁଡ଼ିକ ନାଲ୍‌କୋ ଛକ, କଳିଙ୍ଗ ହସ୍ପିଟାଲ୍ ରାସ୍ତା ଓ ରେଲ୍‌ୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍‌ରେ ପାର୍କିଂ କରିପାରିବେ। ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ବସ୍ ଗୁଡ଼ିକ ଜୟଦେବବିହାର ଫ୍ଲାଏଓଭର ବ୍ରିଜ୍ ଅତିକ୍ରମ କଲାପରେ ସର୍ଭିସ୍ ରୋଡ୍ ଦେଇ ଆଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ୍ ଓ ସୈନିକ ସ୍କୁଲ୍ ରାସ୍ତା ଦେଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକ ମାନଙ୍କୁ ଓହ୍ଲାଇବେ ଏବଂ ନାଲ୍‌କୋ ଛକ ଦେଇ କଳିଙ୍ଗ ହସ୍ପିଟାଲ୍ ରାସ୍ତାରେ ରେଲୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ ରେ ପାର୍କିଂ କରିପାରିବେ। ସେହିଭଳି ନନ୍ଦନକାନନ ପଟୁ ଆସୁଥିବା ବସ୍‌ଗୁଡ଼ିକ ଓମ୍‌ଫେଡ୍‌ ଛକରୁ ଏମ୍‌ସିଏଲ୍ ଅତିଥିଭବନ ଓ ପ୍ରେସ୍ କଲୋନି ଛକରୁ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକ ମାନଙ୍କୁ ଓହ୍ଲାଇବେ।

ଏହାପରେ ନାଲ୍‌କୋ ଛକ, କଳିଙ୍ଗ ହସ୍ପିଟାଲ୍ ରାସ୍ତା ଦେଇ ରେଲୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ ରେ ପାର୍କିଂ କରିପାରିବେ। କଟକ ପଟୁ ଆସୁଥୁବା ଚାରିଚକିଆ ଯାନଗୁଡ଼ିକ ରସୁଲଗଡ଼ ରେଲୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ୍ ରୋଡ୍ ଦେଇ ବାଣୀବିହାର ଛକ, ଆଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ୍ ଓ ଦୂରଦର୍ଶନ ଲେନ୍‌ରେ ଯାତ୍ରୀ/ସମର୍ଥକମାନଙ୍କୁ ଛାଡ଼ି ସୈନିକ ସ୍କୁଲ୍ କ୍ୟାମ୍ପସ୍‌ରେ ପାର୍କିଂ କରିବେ। ଖୋର୍ଦ୍ଧା ପଟୁ ଆସୁଥିବା ଚାରି ଚକିଆ ଯାନଗୁଡ଼ିକ ଜୟଦେବବିହାର ଫ୍ଲାଏ ଓଭର ବ୍ରିଜ୍‌ରୁ ସର୍ଭିସ୍ ରୋଡ୍ ଦେଇ ଆଚାର୍ଯ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ୍ ଓ ଦୂରଦର୍ଶନ ଲେନ୍‌ରେ ଯାତ୍ରୀ/ସମର୍ଥକମାନଙ୍କୁ ଛାଡ଼ି ସୈନିକ ସ୍କୁଲ୍ କ୍ୟାମ୍ପସ୍‌ରେ ପାର୍କିଂ କରିବେ। ନନ୍ଦନକାନନ ପଟୁ ଆସୁଥିବା ଚାରି ଚକିଆ ଯାନଗୁଡ଼ିକ ନାଲ୍‌କୋ ଛକରୁ ବାମକୁ ଯାଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକ ମାନଙ୍କୁ ଛାଡ଼ି ପ୍ରେସ୍‌ କଲୋନି ଛକ ଓ ସୈନିକ ସ୍କୁଲ୍ କ୍ୟାମ୍ପସ୍‌ରେ ପାର୍କିଂ କରିବେ।

Leave a Reply

Your email address will not be published. Required fields are marked *