ବର୍ଷା-ଅନୁଭବ ଘରୋଇ ହିଂସା ମାମଲାରେ କୋର୍ଟରେ
1 min readକଟକ : ବର୍ଷା-ଅନୁଭବ ଘରୋଇ ହିଂସା ମାମଲାରେ କୋର୍ଟରେ ହଜାର ହେଲେ ନାହିଁ ଅନୁଭବ ମହାନ୍ତି | ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟକୁ ସମୟ ମାଗିଛନ୍ତି | ଆସନ୍ତା ସୋମବାର ଅନୁଭବ ଓ ତାଙ୍କ ସହଯୋଗୀ କୋର୍ଟରେ ହାଜର ହେବେ ବୋଲି ସୂଚନା ରହିଛି। ବର୍ଷାଙ୍କ ଦ୍ୱାରା ଦାଏର ମାମଲାର ଉପରେ ଆଜି କୋର୍ଟ ଚାର୍ଜଫ୍ରେମ୍ କରିବାର ଥିଲା। ତେଣୁ ଆଜି ଚାର୍ଜ ଫ୍ରେମ ହୋଇ ନଥିବା ଜଣା ପଡିଛି |
ସୂଚନାନୁସାରେ,ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ୨୦୨୦ରେ କଟକ ପୁରୀଘାଟ ଥାନାରେ ଘରୋଇ ହିଂସା ମାମଲା ଅଭିଯୋଗ କରିଥିଲେ | ତେବେ ଏହି ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ ମହାନ୍ତି କଟକ ଜେଏଫସି ଅଦାଲତ ତଥା ଏମପି/ଏମଏଲଏ ସ୍ୱତନ୍ତ୍ର ଅଦାଲତରେ ପିଟିସନ ଦାୟର କରିଥିଲେ | ହେଲେ ତାଙ୍କ ପିଟିସନ ବୁଧୁବାର ଖାରଜ ହୋଇଥିଲା | ଆଜି ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ଅନୁଭବ ମହାନ୍ତି ଏବଂ ତାଙ୍କର ଦୁଇ ସହଯୋଗୀ ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ସାହୁଙ୍କ ବିରୋଧରେ ଚାର୍ଜ ଫ୍ରେମ ହୋଇଛି | ମାନସିକ ଶାରୀରିକ ନିର୍ଯାତନା ସହିତ ଧମକ ଚମକ ଦେବା ଅଭିଯୋଗ ହୋଇଥିଲା |