September 18, 2024

କଳିଙ୍ଗ ଷ୍ଟାଡିଅମ ରେ ଆୟୋଜିତ ହେବ ୭୦ତମ ଓଡ଼ିଶା ରାଜ୍ୟ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍

1 min read

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୭୦ ତମ ସିନିଅର ଆଥଲେଟିକ୍ସ ଚ୍ୟାମ୍ପିଅନ୍‌ଶିପ୍ ୨୦୨୪ ଇ ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ସେବା ବିଭାଗ,ଏବଂ ଓଡିଶା ଆଥଲେଟିକ୍ସ ଅସୋସିଏସନ ର ଯୁଗ୍ମ ଉଦ୍ୟମ ରେ, ରହି ୩ ଦିନିଆ ଚ୍ୟାମ୍ପିଅନ୍‌ଶିପ୍ କଳିଙ୍ଗ ଷ୍ଟାଡିଅମ୍‌ରେ ୧୮-୨୦ ସେପ୍ଟେମ୍ବର ୨୦୨୪ ମଧ୍ୟ ରେ ଅନୁଷ୍ଠିତ ହେବ। ଏହି ଚ୍ୟାମ୍ପିଅନ୍‌ଶିପ୍ ରେ ୨୬୮ ମହିଳାଙ୍କ ସମେତ ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୯୦୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

ଓଡ଼ିଶା-ରିଲାୟନ୍ସ ଫାଉଣ୍ଡେସନ୍ ଆଥଲେଟିକ୍ସ ହାଇ-ପରଫର୍ମାନ୍ସ ସେଣ୍ଟର ଓ ଓଡିଶା ସରକାର ଙ୍କର କ୍ରୀଡା ଛାତ୍ରାବାସରେ ଅଭ୍ୟାସ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ। ଓଡ଼ିଶା ପୋଲିସ, ପୋଷ୍ଟାଲ୍ ସେବା, ବିଏସ୍‌ଏନ୍‌ଏଲ୍ ଓ କିଟ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅଂଶଗ୍ରହଣକାରୀମାନେ ଏହି କ୍ରୀଡ଼ା ପ୍ରତିଯୋଗିତା ଅଂଶଗ୍ରହଣ କରିବେ।

୭୧ ଜଣିଆ ସୁନ୍ଦରଗଡ ଏବଂ କଟକ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି । ଏହି ଦୁଇଟି ଜିଲ୍ଲା ରୁ ମୋଟ ୫୬ ଜଣ ମହିଳା ବିଭିନ୍ନ ଟ୍ରାକ୍ ଓ ଫିଲ୍ଡ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ। ଓଡ଼ିଶା ଆଥଲେଟିକ୍ସ ଅସୋସିଏସନର ଶ୍ରୀ ପ୍ରବୋଧ ମହାନ୍ତିଙ୍କ ଅନୁସାରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା କ୍ରୀଡ଼ାବିତ ମାନଙ୍କ ପାଇଁ ଏକ ମଞ୍ଚ ସୃଷ୍ଟି କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଭବିଷ୍ୟତ ରେ ସହାଯ୍ୟ କରିବ।”ଯୋଗ୍ୟ କ୍ରୀଡ଼ାବିତମାନେ ୨୮ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ପାଟନାରେ ଆୟୋଜିତ ହେବାକୁ ଥିବା ୪ର୍ଥ ଇଣ୍ଡିଆ ଓପେନ ଅଣ୍ଡର-୨୩ ଏଥଲେଟିକ୍ସ ପ୍ରତିଯୋଗିତା ୨୦୨୪ରେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *