୬ ଜଣ ଆଇଏଏସଙ୍କୁ ଉପ ଜିଲ୍ଲାପାଳ ନିଯୁକ୍ତ
1 min readଭୁବନେଶ୍ଵର: ୬ ଜଣ ଆଇଏଏସଙ୍କୁ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ମଙ୍ଗଳବାର ଟ୍ରେନିଂ ସରିଥିବା ଏହି ଆଇଏଏସ ମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଣାଇ, ଆଠଗଡ଼, ପଦମପୁର, ଜୟପୁର, ତାଳଚେର ଓ ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ସେହିପରି ୨୦୨୨ ନ୍ୟାଚର ପ୍ରହଲାଦ ନାରାୟଣ ଶର୍ମାଙ୍କୁ ଆଠଗଡ଼ ଉପଜିଲ୍ଲାପାଳ, ଅରୁଗୁଲା ସ୍ନେହାଙ୍କୁ ପଦମପୁର ଉପଜିଲ୍ଲାପାଳ, ଆକାଭରମ ସାସ୍ୟା ରେଡ୍ଡୀଙ୍କୁ ଜୟପୁର ଉପଜିଲ୍ଲାପାଳ, ସମୀର କୁମାର ଜେନାଙ୍କୁ ତାଳଚେର ଉପଜିଲ୍ଲାପାଳ ଓ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
ଏହି ସମସ୍ତ ଆଇଏଏସ୍ ଅଫିସର ଉପଖଣ୍ଡ ମାଜିଷ୍ଟ୍ରେଟ୍ ଭାବେ ଭାରତୀୟ ନାଗରିକ ସଂହିତା-୨୦୨୩ର ଧାରା ୧୪(୪) ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ବିଜ୍ଞପ୍ତି ଅନୁଯାୟୀ, ୨୦୨୨ ବ୍ୟାଚ୍ର ଆଇଏଏସ ଅକ୍ଷୟ ପିଲାଇଙ୍କୁ ରାଜ୍ୟ ସରକାର ବଣାଇର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ କରିଛନ୍ତି।