October 22, 2024

ମନ୍ଦିରକୁ ପାଣି ନେଇ ଯାଉଥିଲେ, ଗାଡି ଧକ୍କାରେ ୬ ଶ୍ରଦ୍ଧାଳୁ ମୃତ

1 min read

ପାଟନା: ବିହାରର ବାଙ୍କାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୧୧ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଗା ମନ୍ଦିରକୁ ପାଣି ନେଇ ଯାଉଥିବା ସମୟରେ ଏକ ଗାଡି ଶ୍ରଦ୍ଧାଳୁଙ୍କୁ ଧକ୍କା ଦେଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ, ଏକ ଅଜଣା ଗାଡି ଶ୍ରଦ୍ଧାଳୁଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ୧୧ ଲୋକେ ଆହତ ହୋଇଥିଲେ । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।