September 7, 2024

ଆଜିଠାରୁ ଭାରତରେ ଲାଗୁ ହେଲା ୩ ନୂଆ ଫୌଜଦାରୀ ଆଇନ

1 min read

ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଲାଗୁ ହୋଇଛି ୩ଟି ନୂଆ ଫୌଜଦାରୀ ଆଇନ। ବ୍ରିଟିଶ ଅମଳର ଆଇପିସି, ସିଆରପିସି ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଏହି ନୂଆ ଆଇନ ଲାଗୁ ହୋଇଛି। ଏହାକୁ ଆଧାର କରି ନୂଆଦିଲ୍ଲୀରେ ପ୍ରଥମ ଏଫଆଇର୍ ମଧ୍ୟ ରୁଜୁ ହୋଇଛି। ଦିଲ୍ଲୀ କମଳା ମାର୍କେଟ ଥାନାରେ ଜଣେ ଉଠାଦୋକାନୀଙ୍କ ବିରୋଧରେ ଫୁଟ୍‌ ଓଭର ବ୍ରିଜ ଅବରୋଧ ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

କେନ୍ଦ୍ର ସରକାର ଦେଶରେ ଫୌଜଦାରୀ ଆଇନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ୧୮୬୦ ମସିହାରୁ ପ୍ରଚଳିତ ଇଣ୍ଡିଆନ ପିନଲ୍ କୋଡ (ଆଇପିସି) ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହୋଇଛି। ସେହିପରି ୧୮୯୮ ମସିହାର ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ) ୧୮୭୨ ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଚାଲୁ ହୋଇଛି। ପୂର୍ବରୁ ଆଇପିସିରେ ୫୧୧ଟି ଧାରା ଥିଲା। ହେଲେ ଏବେ ଭାରତୀୟ ନ୍ୟାୟ ସଂହିତାରେ ମାତ୍ର ୩୫୮ ଧାରା ରହିବ। ଏଥିରେ ୨୦ଟି ନୂଆ ଧାରା ଯୋଡ଼ାଯିବା ସହ ଅନେକ ପୁରୁଣା ଧାରାକୁ ବାଦ ଦିଆଯାଇଛି। ସେହିପରି

ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ।ଭାରତର ଫୌଜଦାରୀ ଆଇନରେ ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ସରକାର ୨୦୨୩ରେ ସାଂସଦର ଶୀତ ଅଧିବେଶନରେ ୩ଟି ବିଲ୍‌ ଆଣିଥିଲେ। ଏହା ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲଗୁଡ଼ିକୁ ଅନୁମୋଦନ କରିଥିଲେ।

Leave a Reply

Your email address will not be published. Required fields are marked *