March 12, 2025

୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

1 min read

ସାବରଙ୍ଗ: ଭଦ୍ରକ ଜିଲା ନୟାକଣିଡ଼ିହି ଥାନା ଅଧୀନ ଲକ୍ଷ୍ମୀଦାସପୁର ଗ୍ରାମରେ ବ୍ୟାବସାୟିକ ଶତ୍ରୁତାକୁ ନେଇ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନେ ହେଲେ ତାରାକାନ୍ତ ବଳ ଓ ରମାକାନ୍ତ ବଳ, ସେମାନେ ବଜାରରୁ ଫେରୁଥିବା ବେଳେ ମଙ୍ଗଳବାର ୬ରୁ ଊର୍ଦ୍ଧ୍ୱ ବ୍ୟକ୍ତି ରଡ୍‌ ଓ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ। ଆହତଙ୍କୁ ପରିବାର ଲୋକେ ଉଦ୍ଧାର କରି ଭଦ୍ରକ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।