December 21, 2024

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ମୃତ

1 min read

କଟକ : କଟକ ତ୍ରିଶୁଳିଆରେ ଅଘଟଣ । ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ । ଏହାସହ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଛି । ବାରଙ୍ଗ ଥାନା ନରଣପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ଆଜି ସକାଳେ ତ୍ରିଶୁଳିଆରେ ଥିବା ଏକ ଆପାର୍ଟମେଣ୍ଟରେ ପାଇଖାନା ଟାଙ୍କିରେ ୩ ଜଣ ଶ୍ରମିକ ସେଣ୍ଟ୍ରିଂ ଖୋଲୁଥିଲେ। ଏହି ସମୟରେ ସେମାନେ ସେଠାରେ ଶ୍ୱାସରୁଦ୍ଧ ହୋଇ ଚିତ୍କାର କରିଥିଲେ । ଅନ୍ୟ ଶ୍ରମିକ ମାନଙ୍କ ଠାରୁ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଂଚି ଟାଙ୍କି ଭିତରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି କଟକ ବଡ଼ମେଡିକାଲରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *