ଶିବରାତ୍ରି ପାଇଁ ଦିନକରେ ବୁଡ଼ ପକାଇଲେ ୨ କୋଟି ଶ୍ରଦ୍ଧାଳୁ
1 min read
ପ୍ରୟାଗରାଜ: ସରିଲା ମହାକୁମ୍ଭ । ଗଙ୍ଗା ନଦୀ କୂଳରେ ଶେଷ ହେଲା ଦୁନିଆର ସବୁଠୁ ବଡ ଆଧ୍ୟାତ୍ମିକ ମେଳା । ଯେଉଁଠି ଲାଗିଥିଲା ସାଧୁସନ୍ଥ ଓ ଭକ୍ତଙ୍କ ମିଳନ । ମହାଶିବରାତ୍ରିରେ ଶେଷ ହୋଇଛି ମହାକୁମ୍ଭ । ଅନ୍ତିମ ଅମୃତ ସ୍ନାନ ସହ ମହାକୁମ୍ଭର ମଧ୍ୟ ସରିଛି ।
ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଶିବରାତ୍ରି ଥିବାରୁ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଗତକାଲି ବୁଡ଼ ପକାଇଛନ୍ତି । ତେବେ ୪୫ ଦିନରେ ୬୬ କୋଟିରୁ ଅଧିକ ବୁଡ ପକାଇଥିବା ସୂଚନା।
ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହୋଇଛି ପୂର୍ଣ୍ଣ ମହାକୁମ୍ଭ । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ଏକାଠି ହୋଇଥିଲେ । ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ମହାକୁମ୍ଭ । ଦେଢ଼ମାସ ପରେ ଶେଷ ହୋଇଛି ମେଳା। ଆସ୍ଥା ଓ ବିଶ୍ୱାସର ପ୍ରତୀକ ମହାକୁମ୍ଭରେ ୬୬ କୋଟି ଲୋକ ସଙ୍ଗମରେ ବୁଡ଼ ପକାଇ ସାରିଛନ୍ତି । ତେବେ ମହାକୁମ୍ଭକୁ ଦୁନିଆର ସବୁଠୁ ବିଶାଳ ଆଧ୍ୟାତ୍ମିକ ମେଳା ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।