September 8, 2024

ନିଯୁକ୍ତି ପାଇବେ ୧୮ ହଜାର କନିଷ୍ଠ ଶିକ୍ଷକ

1 min read

ଭୁବନେଶ୍ୱର : ରାଜ୍ୟରେ ନିଯୁକ୍ତି ପାଇବେ ୧୮ ହଜାର କନିଷ୍ଠ ଶିକ୍ଷକ। ପ୍ରାଥମିକ ପର୍ଯ୍ୟୟରେ ଗ୍ରାମାଞ୍ଚଳରେ ଶିକ୍ଷକ ନିଯୁକ୍ତି ନେଇ ଗୁରୁତ୍ବ ଦେବ ବିଭାଗ । ଯେଉଁ ସ୍କୁଲ ଜଣେ ଶିକ୍ଷକ ରେ ଚାଲୁଛି ସେଠି ଶିକ୍ଷକ ପୋଷ୍ଟିଂ ପାଇବେ। ଏନେଇ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ ।

ଯେଉଁଠି ଖାଲି ପଡ଼ିଛି ଶିକ୍ଷକ ପଦବୀ, ସେଠାରେ ପାଠ ପଢ଼ାରେ ଯେଉଁ ବ୍ୟାହତ ହୋଇଛି ସେଠି ମଧ୍ୟ ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ବିଭାଗ ଆଗ ଶିକ୍ଷକ ନିଯୁକ୍ତି କରିବ। ଡ୍ରପ ଆଉଟ ସଂଖ୍ୟା ଏହା ଦ୍ୱାରା କମିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଭାଗ ପ୍ରତିବଦ୍ଧ।

ଗତକାଲି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସମୀକ୍ଷା ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଏହି ବୈଠକ ହୋଇଥିଲା। ଯେଉଁ ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନ ଥିବାରୁ ଡ୍ରପ ଆଉଟ ସଂଖ୍ୟା ବଢ଼ିଥାଏ, ଦୂରରେ ସ୍କୁଲ ଥିବା କାରଣରୁ ଯେଉଁ ପିଲାମାନେ ସ୍କୁଲ ଯାଇପାରୁନହାନ୍ତି, ସେହି ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍କୁଲକୁ ଉଚ୍ଚ ଅପଗ୍ରେଡ କରାଯିବା ନେଇ ନିଷ୍ପତ୍ତି ହୋଇଛି। ସେସବୁ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ।

ପିଲାମାନଙ୍କ ପାଠପଢା, ହଷ୍ଟେଲ ଓ ଖାଦ୍ୟର ମାନ ଯାଞ୍ଚ କରିବେ ବିଭାଗୀୟ ଅଧିକାରୀ ଓ ସଚିବ। ପିଲାମାନଙ୍କୁ ପାଠ ପଢିବାକୁ ଉତ୍ସାହିତ କରିବାକୁ ବିଭାଗ ପଦକ୍ଷେପ ନେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *