September 8, 2024

ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୧୪ ଲକ୍ଷ ଟଙ୍କା

1 min read

କେନ୍ଦୁଝର,୬\୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଜାମୁଡ଼ିହା ନିକଟରେ ସୋମବାର ପୂର୍ବାହ୍ନରେ ଏନ୍‌ଏଚ ୪୯ରେ ଆଜି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତମାନେ ୧୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି। କମ୍ପାନୀର ଦୁଇ ଜଣ କର୍ମଚାରୀ ବାଇକ୍‌ରେ ଏହି ଟଙ୍କା ଧରି ଚାଲାଣ ପେମେଣ୍ଟ କରିବାକୁ ସୁଆକାଟି ଯାଇଥିଲେ। ୧୩.୮୨ ଲକ୍ଷ ଟଙ୍କା ସ୍କୁଲ ବ୍ୟାଗ୍‌ରେ ଧରି ଯାଉଥିବା ବେଳେ ଦୁଇ ଜଣ ଲୁଟେରା ହେଲମେଟ୍‌ ପିନ୍ଧି ଓ ମୁହଁରେ ରୁମାଲ ପିନ୍ଧି ପଛରୁ ପିଛା କରି ଅଟକାଇଥିଲେ। ସେଠାରେ ବନ୍ଧୁକ ଦେଖାଇ ଭୟଭୀତ କରି ଟଙ୍କା ଲୁଟ୍‌ କରି କେନ୍ଦୁଝର ଆଡ଼େ ପଳାଇ ଆସିଥିଲେ। ସେମାନେ ଗୋନାସିକା ରାସ୍ତାରେ ପଳାଇ ଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଲୁଟେରାମାନେ ଫେରାର ହୋଇ ଯାଇଥିଲେ। ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରିବା ସହ ଘଟଣାର ସତ୍ୟତା ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *