November 21, 2024

କୃଷି କ୍ଷେତ୍ରକୁ ମିଳିଲା ୧ଲକ୍ଷ ୫୨ହଜାର କୋଟି ଟଙ୍କା

1 min read

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ଏଥିରେ କୃଷି କ୍ଷେତ୍ର ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। କୃଷି ଓ କୃଷକଙ୍କ ବିକାଶ ପାଇଁ ୧.୫୨ ଲକ୍ଷ କୋଟିର ବଜେଟ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ।ଜୈବିକ କୃଷିର ଆଜିର ଆବଶ୍ୟକତା। ତେଣୁ ସରକାର ଅର୍ଗାନିକ ଫାର୍ମିଂ ବା ଜୈବିକ କୃଷି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ତେଣୁ ଆଗାମୀ ୨ ବର୍ଷରେ ୧ କୋଟି ଚାଷୀଙ୍କୁ ଜୈବିକ କୃଷି ଲାଗି ସରକାର ସହାୟତା ଯୋଗାଇ ଦେବେ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି।

ସେହିପରି ୩୨ଟି ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ। ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ୍‌ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା କରାଯିବ। ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିସହ ୫ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ କ୍ରିଡେଟ୍‌ କାର୍ଡ ଜାରି ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ଏହାଛଡ଼ା ୪୦୦ଟି ଜିଲ୍ଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ। ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ପ୍ରୋତ୍ସାହନ ମିଳିବ । ଜଳବାୟୁ ଅନୁକୂଳ କୃଷିର ବିକାଶ ପାଇଁ କାର୍ଯ୍ୟ କରୁଥିବା ବେସରକାରୀ କ୍ଷେତ୍ର, ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରାଯିବ। ଏହସହିତ ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ ଏଫ୍‌ପିଓ ଗଠନ କରାଯିବ ବୋଲି ବଜେଟରେ ଘୋଷଣା କରାଯାଇଛି।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍‌ରେ ଏଥର କୃଷି ଓ ତତ୍ ସଂଲଗ୍ନ କ୍ଷେତ୍ରକୁ ମିଳିଛି ୧ ଲକ୍ଷ ୫୨ ହଜାର କୋଟି ଟଙ୍କା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବା ବେଳେ ଏହି ଘୋଷଣା କରିଛନ୍ତି। ଏଥର ବଜେଟରେ ପ୍ରାକୃତିକ ଚାଷ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ କୃଷି କ୍ଷେତ୍ରରେ ଯୋଡ଼ାଯିବ। ଏହା ଦ୍ୱାରା ରାସାୟନିକ ସାର ଏବଂ କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଏହାବାଦ୍‌ ୧୦ ହଜାର ବାୟୋ ରିସର୍ଚ୍ଚ ସେଣ୍ଟର ନିର୍ମାଣ ହେବ। ୩୨ଟି ଫସଲର ୧୦୯ଟି ନୂଆ କିସମ ଅଣାଯିବ। ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ ଏଫ୍‌ପିଓ ଗଠନ କରାଯିବ। ୪୦୦ ଜିଲ୍ଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ। ସେହିପରି ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ପ୍ରୋତ୍ସାହନ ଦିଆଯିବା ଭଳି କୃଷି ଉପଯୋଗୀ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *